Odisha Link
Bridging the Missing Links in Odisha

ଭାରତୀୟଙ୍କ ପାଇଁ ଗର୍ବର ସମୟ, ଉତ୍‌କ୍ଷେପଣ ହେଲା ଚନ୍ଦ୍ରଯାନ-୩

ଓଏଲ୍‌ ବ୍ୟୁରୋ: ଭାରତୀୟଙ୍କ ପାଇଁ ଗର୍ବର ସମୟ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହୋଇଛି। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩ ଯାତ୍ରା ଆରମ୍ଭ କରିଛି।

ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଚନ୍ଦ୍ରଯାନ-୩ ଅବସ୍ଥାପିତ ହେବ। ଏହି ଚନ୍ଦ୍ରଯାନରେ ରହିଛି ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

ଚନ୍ଦ୍ରଯାନ-୩ରେ ଓଡ଼ିଶାର ଯୋଗଦାନ:

ଭାରତର ତୃତୀୟ ଚନ୍ଦ୍ର ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଛି।

Leave A Reply

Your email address will not be published.