Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା: ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ଆବେଦନ ଖାରଜ କଲେ କୋର୍ଟ

ତଳ କୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ଯାଇଥିଲେ।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ଓକିଲ ଜରିଆରେ ହାଜର ହେବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ଆବେଦନ ଖାରଜ କରିବା ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଅଛି।

ସୂଚନା ଅନୁସାରେ, ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀ ବେହେରା ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ହେଉ ନଥିଲେ। ଏନେଇ ସିବିଆଇ କୋର୍ଟ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି କରିଛି। ଶ୍ରଦ୍ଧାଞ୍ଜଳୀ ବେହେରା ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଲ କରିଥିଲେ। ତଳ କୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ଯାଇଥିଲେ। ପୂର୍ବରୁ ଶ୍ରଦ୍ଧାଞ୍ଜଳୀ ବେହେରା ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ଜଣା ପଡିଥିଲା।

Leave A Reply

Your email address will not be published.