Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନା ଏଏସ୍ଆଇ ଓ ଆଇଆଇସି

ଭିଜିଲାନ୍ସ ଜାଲରେ ଧରାପଡିଥିବା ଏଏସ୍ଆଇ ଜଣକ ହେଉଛନ୍ତି ପ୍ରଦୀପ ମହାନ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଦୁଇ ଜଣ ସରକାରୀ ଅଫିସର। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଚାନ୍ଦିପୁର ଥାନା ଏଏସ୍ଆଇ ଓ ଆଇଆଇସି ଧରାପଡ଼ିଛନ୍ତି। ଜଣେ ମଦଭାଟି ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଭିଜିଲାନ୍ସ ଜାଲରେ ଧରାପଡିଥିବା ଏଏସ୍ଆଇ ଜଣକ ହେଉଛନ୍ତି ପ୍ରଦୀପ ମହାନ୍ତି ଓ ଆଇଆଇସି ଜଣକ ହେଉଛନ୍ତି ଗଣେଶ୍ୱର ପ୍ରଧାନ। ଭିଜିଲାନ୍ସ ଚଢ଼ାଉ ବେଳେ ଦୁଇ ସରକାରୀ କର୍ମୀ ଧରାପଡ଼ିଛନ୍ତି। ଏନେଇ ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.