Odisha Link
Bridging the Missing Links in Odisha

ସଂସଦରେ ଅଚଳାବସ୍ଥା ଜାରି: କଳା ପୋଷାକ ପିନ୍ଧିବେ ଇ-ଣ୍ଡି-ଆ ମେଣ୍ଟ ସାଂସଦ

ଓଏଲ୍‌ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନ ଉଠୁଛି ପଡ଼ୁଛି। ସଂସଦରେ ଅଚଳାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ କଡ଼ା ଟାର୍ଗେଟ। ଏସବୁ ମଧ୍ୟରେ କଂଗ୍ରେସ ଏବଂ ଆପ୍‌ ଦଳ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନ୍ୟପଟେ ବିରୋଧୀଙ୍କ ଇ-ଣ୍ଡି-ଆ ମେଣ୍ଟର ସମସ୍ତ ସାଂସଦ ଆଜି କଳା ପୋଷାକ ପରିଧାନ କରି ସଂସଦ ଆସିବେ ବୋଲି ସୂଚନା ରହିଛି।

କଂଗ୍ରେସ ଏହାର ସାଂସଦମାନଙ୍କୁ ହ୍ୱିପ୍ ଜାରି କରି ରାଜ୍ୟସଭାରେ ହାଜର ହେବାକୁ କହିଛି। ସେହିପରି ଆପ୍ ମଧ୍ୟ ଦଳର ସମସ୍ତ ରାଜ୍ୟସଭା ସାଂସଦ ଜୁଲାଇ ୨୭ ଓ ୨୮ ତାରିଖରେ ରାଜ୍ୟସଭାରେ ଉପସ୍ଥିତ ରହିବାପାଇଁ ଆପ୍ ହ୍ୱିପ୍ ଜାରି କରିଛି।

ସୂଚନାଥାଉକି, ଗତକାଲି ସଂଧ୍ୟାରେ ବିରୋଧୀ ଦଳର ସାଂସଦ ଏକାଠି ହୋଇ ମଣିପୁର ଲୋକଙ୍କ ସମର୍ଥନରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରତିକ୍ରିୟା ରଖନ୍ତୁ ବୋଲି ବିରୋଧୀ ସାଂସଦମାନେ ଜିଦ୍ରେ ଅଟଳ ରହିଛନ୍ତି। ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଗତକାଲି ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ତେବେ ପ୍ରବଳ ବିରୋଧ ଏବଂ ହଟ୍ଟଗୋଳ ଭିତରେ ବି ଲୋକସଭାରେ ଗତକାଲି ୬ଟି ବିଲ୍ ଆଗତ ହୋଇଛି।

Leave A Reply

Your email address will not be published.