Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତି: ଅଗଷ୍ଟ ୯ରେ ହେବ ବନକଲାଗି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ବନକଲାଗି ସଂପର୍କରେ ନିଷ୍ପତି ନିଆଯାଇଛି। ବୁଧବାର ଅର୍ଥାତ ଆସନ୍ତା ୯ ତାରିଖରେ ହିଁ ବନକଲାଗି କରାଯିବାକୁ କମିଟିରେ ନିଷ୍ପତ୍ତି ନିଆଯାଇଛି। ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ବନକଲାଗି ହୁଏ। ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର କରାଯାଇପାରିବ। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ଗୁରୁବାର ହୋଇପାରିବ। ଯଦି ଗୁରୁବାର ହୁଏ ସେ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଅନ୍ୟପଟେ, ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ନେଇ ନିଷ୍ପତି ହୋଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ, ଭକ୍ତମାନଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିରର ୪ଦ୍ୱାର। ପରିକ୍ରମା ପ୍ରକଳ୍ପ କାମ ସରିନଥିବାରୁ ଏବେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବନି।
ଏହା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପାଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିଛି। ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିଶ କରିଛି। ତେବେ ଏ ନେଇ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।  ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ଉଚ୍ଚସ୍ତରୀୟ ଟିମ୍‌ ହେବ। ଟିମ୍‌ର ମୁଖ୍ୟ ହେବେ ସୁପ୍ରିମ୍‌କୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥାର ଟିମ୍‌ ତଦାରଖ କରିବ। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି ଦେବା ସହ ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ କରାଯିବ ବୋଲି ସୂଚନା ରହିଛି।
Leave A Reply

Your email address will not be published.