Odisha Link
Bridging the Missing Links in Odisha

ପରଦାକୁ ଆସିବ ପ୍ରତିଭା ରାୟଙ୍କ ଯାଜ୍ଞସେନୀ

ଓଏଲ୍‌ ବ୍ୟୁରୋ: ବଡ଼ ପରଦାରେ ସିନେ ପ୍ରେମୀ ଦେଖିବେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ର ଝଲକ। ବର୍ତ୍ତମାନ ସବୁଠି ଏବେ ଚର୍ଚ୍ଚାରେ ରହିଛି ବଙ୍ଗଳା ଚଳଚ୍ଚିତ୍ର ‘ଦ୍ରୌପଦୀ’। ବିଶିଷ୍ଟ ଓଡ଼ିଆ ସ୍ରଷ୍ଟା ଡ. ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଉପନ୍ୟାସ ଉପରେ ଆଧାରିତ ହୋଇ ନିର୍ମାଣ ଚାଲିଥିବା ବଙ୍ଗଳା ଚଳଚ୍ଚିତ୍ର ଦ୍ରୌପଦୀ ଚର୍ଚ୍ଚାକୁ ଆସିଛି।

ବଙ୍ଗଳା ଚଳଚ୍ଚିତ୍ର ‘ବିନୋଦିନୀ-ଟେଲ୍‌ ଅଫ ଏ ଥିଏଟର ଆର୍ଟିଷ୍ଟ’ର ନିର୍ଦ୍ଦେଶକ ରାମ କମଲ ମୁଖାର୍ଜୀ ଏଥିରେ ନିର୍ଦ୍ଦେଶନା ଦେଉଛନ୍ତି। ବିଗ୍‌ ବଜେଟରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ର ୨୦୨୪ରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି। ପୁରସ୍କାରପ୍ରାପ୍ତ ଓଡ଼ିଆ ଉପନ୍ୟାସ ‘ଯାଜ୍ଞସେନୀ’ର ଶକ୍ତି ଏବଂ ଧୈର୍ଯ୍ୟ ସନ୍ନିବେଶିତ ହୋାଇଥିବାବେଳେ ବଙ୍ଗଳାର ପ୍ରସିଦ୍ଧ ଅଭିନେତ୍ରୀ ରୁକ୍ମିଣୀ ମୈତ୍ର ମୁଖ୍ୟ ଭୂମିକାରେ ନଜର ଆସିବେ।

‘ଯାଜ୍ଞସେନୀ’ ଉପନ୍ୟାସର ପ୍ରଷ୍ଟା ଶ୍ରୀମତୀ ରାୟ ଏନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବାବେଳେ ଏହି ଉପନ୍ୟାସର କିଛି ଅଂଶକୁ ନେଇ ଯେଉଁମାନେ ‘ମହାଭାରତ’ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦିଲ୍ଲୀର ରୂପା ଆଣ୍ଡ କୋ ‘ଯାଜ୍ଞସେନୀ’କୁ ଇଂରାଜୀ ଭାଷାରେ ପ୍ରକାଶ କରିଥିଲେ। ପ୍ରକାଶକଙ୍କ ମାଧ୍ୟମରେ ଉକ୍ତ ଚିତ୍ରର ନିର୍ଦ୍ଦେଶକ ଓ ଓ ନିର୍ମାତା ମୋ ପାଖକୁ ଆସିଥିଲେ। ସେ ଏ ସଂକ୍ରାନ୍ତରେ ମୋ ସହିତ ରାଜିନାମା କରିଛନ୍ତି।

Leave A Reply

Your email address will not be published.