Odisha Link
Bridging the Missing Links in Odisha

ଥମୁନି ମଣିପୁର ହିଂସା: ଏଯାବତ୍ ଗଲାଣି ୧୬୦ ଜଣଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ଦୀର୍ଘଦିନ ହେବ ମଣିପୁରରେ ଥମୁନି ହିଂସା। ଏହାରି ମଧ୍ୟରେ ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ୩ ଜଣଙ୍କୁ ହତ୍ୟା କରାଯାଇଛି। ଅନେକ ଘର ନିଆଁ ଲଗାଇ ଉପଦ୍ରବକାରୀ ଜାଳିଦେଇଛନ୍ତି। ଏଯାବତ୍ ମଣିପୁର ହିଂସାରେ ୧୬୦ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ଜଣା ପଡିଛି।

ଅନ୍ୟପଟେ, ମଣିପୁର ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ମହିଳାଙ୍କୁ ସର୍ବସାଧାରଣରେ ନିର୍ଯାତନା ଘଟଣା ଦେଶ ବାସୀଙ୍କର ମୁଣ୍ଡ ନୁଆଁଇ ଦେଇଛି। ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର। ଏହି ଘଟଣାରେ ଏଯାବତ ମୋଟ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.