Odisha Link
Bridging the Missing Links in Odisha

ଏବେ କେଉଁଠି ଅଛି ଚନ୍ଦ୍ରଯାନ-୩ ?

ଓଏଲ୍‌ ବ୍ୟୁରୋ: ଜହ୍ନକୁ ଆଉ ପାଦେ ଆଗେଇଲା ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଶନିବାର ସନ୍ଧ୍ୟାରେ କକ୍ଷପଥ ପରିବର୍ତ୍ତନ ପରେ ଚନ୍ଦ୍ର ଚାରିପଟେ ଚକ୍କର କାଟୁଛି ସ୍ପେସ୍‌ କ୍ରାଫ୍ଟ। ଆଜି ପୁଣିଥରେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନର କକ୍ଷ ବଦଳାଇବେ। ଦୀର୍ଘ ୨୨ଦିନ ଯାତ୍ରା କରିବା ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଇସ୍ରୋ କମାଣ୍ଡ ସେଣ୍ଟରକୁ ମେସେଜ୍‌ ପଠାଇଥିଲା ଚନ୍ଦ୍ରଯାନ।

ଚନ୍ଦ୍ରର ମାଧ୍ୟାକର୍ଷଣ ବଳୟ ଭିତରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଆଗକୁ ଏକାଧିକ ଲୁନାର ମାନ୍ୟୁଏଭର ବା ଚନ୍ଦ୍ର କକ୍ଷ ଅତିକ୍ରମ କରିବାକୁ ପଡିବ। ଆଜିି ରାତି ୧୧ଟା ସମୟରେ ଚନ୍ଦ୍ରର ଆଉ ଏକ ବଳୟରେ ପ୍ରବେଶ କରିବ ଚନ୍ଦଯାନ-୩।

ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୪ରୁ ୫ଥର ପରିକ୍ରମା କରିବ। ଧୀରେ ଧୀରେ ଏହା ୧୦୦ କିଲୋମିଟର ବୃତାକାର ପଥରେ ଭ୍ରମଣ କରିବା ପରେ ଚନ୍ଦ୍ରର ନିକଟତର ହେବ ଏବଂ ପରବର୍ତ୍ତୀ ୧୦ ଦିନ ଭିତରେ ଏହାର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାକୁ ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ।

ଆଜିଠୁ ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନର ୫ଟି ଅର୍ବିଟ୍‌ ପରିବର୍ତ୍ତନ କରାଯିବ। ରବିବାର ରାତି ୧୧ଟାରେ ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ଏହାପରେ ଅଗଷ୍ଟ ୯ ତାରିଖରେ ଅର୍ବିଟ୍‌ ବଳଦାଇ ୪ରୁ ୫ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ସେହିଭଳି ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ସେହିପରି ପଞ୍ଚମ ଥର ଏହାକୁ ୧୦୦ କିଲୋମିଟର ଅର୍ବିଟକୁ ଅଣାଯିବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦଧକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.