ଆଧାରକାର୍ଡ ବିନା ସ୍କୁଲରେ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ, ନିର୍ଦ୍ଦେଶ ଦେଲେ ସଚିବ

ଓଏଲ୍ ବ୍ୟୁରୋ: ସ୍କୁଲରେ ନାମଲେଖାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଥିବା ଜଣା ପଡିଛି। ଆଧାର କାର୍ଡ ନଥିଲେ ସ୍କୁଲ୍ରେ ନାମ ଲେଖାଇ ପାରିବେ ବୋଲି ସୂଚନା ରହିଛି। ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ। କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି। ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।