Odisha Link
Bridging the Missing Links in Odisha

ସଂସଦରେ ଅନାସ୍ଥା ବିତର୍କ: ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି ଦୋହରାଇଲା ବିଜେଡି

ଅନ୍ୟ ରାଜନୈତିକ ଦଳରୁ ସମଦୂରତା ରଖିଆସିଛି।

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଲୋକସଭାରେ ବିଜୁ ଜନତା ଦଳର ସାଂସଦ ରାଜଶ୍ରୀ ମଲ୍ଲିକ ବିବୃତ୍ତି ରଖିଥିଲେ। ପ୍ରତ୍ୟେକ ଓଡ଼ିଶାବାସୀ ସଶକ୍ତ ଓ ସୁଦୃଢ଼ ହେଲେ ବିକାଶ ହେବ।

ମିଶନ ଶକ୍ତି ଦ୍ବାରା ୮୦ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଆଜି ସ୍ବାବଲମ୍ବୀ। ଓଡ଼ିଶାରେ ମା’ମାନଙ୍କ ଯାତ୍ରା ଏସଏଚଜିରୁ ଏସଏମଇ ଯାଏ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସିଛନ୍ତି। ଅନ୍ୟ ରାଜନୈତିକ ଦଳରୁ ସମଦୂରତା ରଖିଆସିଛି। ଏହା ସହ ବିଜୁ ଜନତା ଦଳର ସାଂସଦ ରାଜଶ୍ରୀ ମଲ୍ଲିକ ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି ଦୋହରାଇଛନ୍ତି।

Leave A Reply

Your email address will not be published.