ଜେଇଇ ମେନ୍ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା: ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଗତ ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ମାର୍କସିଟ୍ ପ୍ରକାଶ ପାଇବା ପରେ ଜଣେ ପରୀକ୍ଷାର୍ଥୀଙ୍କର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ଆସିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ମାର୍କସିଟ୍ରେ ତ୍ରୁଟି ଥିବା କାରଣରୁ ଆଡମିଶନ ମିିଳିନଥିବା ଅଭିଯୋଗ ହୋଇଛି।
ଅଭିଯୋଗ କ୍ରମେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁମାନଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କସିଟ୍କୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଅଂଶୁମାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।