Odisha Link
Bridging the Missing Links in Odisha

ଇତିହାସ ରଚିଲେ ନୀରଜ, ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ

ଓଏଲ୍‌ ବ୍ୟୁରୋ: ପୁଣି କମାଲ କଲେ ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା। ଭାରତୀୟ କ୍ରୀଡ଼ା ଇତିହାସରେ ରବିବାର ସବୁଠାରୁ ବଡ଼ ମୁହୂର୍ତ୍ତ ଯୋଡ଼ି ହୋଇଛି। ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଠିକ୍‌ ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।

ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ କବ୍‌ଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି।ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଯାଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ଓଡ଼ିଆ ପୁଅ କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମ୍‌ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଅଭିଯାନ ଶେଷ କରିଥିଲେ।

Leave A Reply

Your email address will not be published.