Odisha Link
Bridging the Missing Links in Odisha

ଚର୍ଚ୍ଚାରେ ତାଳଚେର ବିଧାୟକ, ଅଫିସ ପରିସରରୁ ମିଳିଲା ବୋମା!

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ତାଳଚେର ବିଧାୟକ। ବିଧାୟକଙ୍କ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ କରାଯାଉଥିବା ଖବର ସାମ୍ନାକୁ ଆସିଛି। ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି।

ବୋମା ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ କୋଲିୟରୀ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ବୋମାରେ ଏକ ଘଣ୍ଟା ଲାଗିଥିବା ଦେଖାଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଅନ୍ୟପଟେ କିଛି କୁଚକ୍ରୀ ବ୍ୟକ୍ତି ଏହି ବୋମା ପକାଇ ଥାଇପାରନ୍ତି ବୋଲି ବିଧାୟକ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଆଗକୁ ନିର୍ବାଚନ ଥିବାରୁ ଏ ଚର୍ଚ୍ଚା ଖୁବ୍ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.