Odisha Link
Bridging the Missing Links in Odisha

ଘରୋଇ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ନାଁରେ ଠକେଇ: ଆକ୍ସନ ନେଲା ପୁଲିସ

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରୀ ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି।

ଏହି ଅଭିଯୋଗରେ କମିଶନରେଟ୍ ପୁଲିସ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ରହିଛି। ଅଭିଯୋଗ ମୁତାବିକ, ନାମ ଲେଖା ନାଁରେ ୧୨ ଜଣଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଘରୋଇ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ନାଁରେ କାରବାର ଚାଲିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.