Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ପୃଥିବୀ ଓ ଚନ୍ଦ୍ରର ବିରଳ ଚିତ୍ର, ସେଲ୍ଫି ଉଠାଇଲା ଆଦିତ୍ୟ-ଏଲ-୧

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସା ଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଥିଲା। ଆଦିତ୍ୟ-ଏଲ-୧ ଦ୍ୱାରା ଏକ ବିରଳ ଚିତ୍ର ସାମ୍ନାକୁ ଆସିଛି। ପୃଥିବୀ ଓ ଚନ୍ଦ୍ରର ବିରଳ ଚିତ୍ରର ଆଦିତ୍ୟ-ଏଲ-୧ ସେଲ୍ଫି ଉଠାଇଛି।

ଆଦିତ୍ୟ-ଏଲ-୧ ମିଶନ ୨ୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ସଫଳ ହୋଇଛି। ନୂଆ ଅର୍ବିଟର ୨୮୨ କିମି X ୪୦୨୨୫ କିମିରେ ଆଦିତ୍ୟ-ଏଲ-୧ ପ୍ରବେଶ କରିଛି। ସେପ୍ଟେମ୍ବର ୧୦ରେ ତୃତୀୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ପ୍ରବେଶ କରିବ ବୋଲି ଆଶା କରାଯାଉଛି। ତେବେ ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.