Odisha Link
Bridging the Missing Links in Odisha

୬୯ ବର୍ଷ ବୟସରେ ସେଲ୍‌ଫି ନିଶା, ଅଳ୍ପକେ ବର୍ତ୍ତିଲା ଜୀବନ

ଓଏଲ୍‌ ବ୍ୟୁରୋ: ସେଲ୍‌ଫି ଏବେ ସମସ୍ତଙ୍କ ପ୍ରିୟ କାମ ପାଲଟି ଗଲାଣି। ଛୋଟ ଛୁଆରୁ ବୃଦ୍ଧ ଯାଏଁ ଯାହା ହାତରେ ଦେଖିବା ଗୋଟିଏ ସ୍ମାର୍ଟ ଫୋନ। ତେବେ ଏହି ସ୍ମାର୍ଟ ଫୋନରେ ସେଲ୍ଫି ନେବା ସମୟରେ ଜଣେ ମହାନଦୀରେ ଖସିପଡ଼ିଥିବା ଜଣା ପଡିଛି। ସେଲ୍‌ଫି ନେଲା ବେଳେ ଖସି ପଡ଼ିଥିବା ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି।

ଗାଡ଼ି ରଖି ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯାଇଥିଲା। ସ୍ନାୟୁଗତ ସମସ୍ୟା ମଧ୍ୟ ଥିଲା, ହଠାତ୍ ଗୋଡ଼ ଖସିଗଲା। ବଞ୍ଚିବା ଆଶା ନଥିଲା, ବଡ଼ ଘାସ ବୁଦାକୁ ଧରି ରହି ଯାଇଥିବା ସେ କହିଛନ୍ତି। ଚାଉଁରପୁର ବ୍ରିଜରେ ସ୍କୁଟି ରଖି ମହାନଦୀରେ ବୃଦ୍ଧ ଜଣକ ଖସିପଡ଼ିଥିଲେ। ପରେ ଅଗ୍ନିଶମ ଟିମ୍‌ ୬୯ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।

Leave A Reply

Your email address will not be published.