Odisha Link
Bridging the Missing Links in Odisha

ଚାଲିଗଲେ ନବୀନଙ୍କ ଭଉଣୀ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା। ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

୧୯୪୩ରେ ଜନ୍ମିତ ଗୀତା ନିଜର ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ। ତାଙ୍କର ଶିକ୍ଷା ଦିଲ୍ଲୀ ଓ ବ୍ରିଟେନର କେମ୍ରିଜରେ ହୋଇଥିଲା। ସେ ଆଲଫ୍ରେଡ୍ ଏ. ନୋଫ୍ ପବ୍ଲିସିଂ ହାଉସର ପୂର୍ବତନ ମୁଖ୍ୟ ସୋନି ମେହେଟ୍ଟାଙ୍କୁ ୧୯୬୫ ରେ ବିବାହ କରିଥିଲେ। ସେମାନଙ୍କର ଆଦିତ୍ୟ ସିଂ ମେହେଟ୍ଟା ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି। ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା।

ସୂଚନାଥାଉକି, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.