Odisha Link
Bridging the Missing Links in Odisha

ସାଙ୍ଗଠନିକ ପୁନର୍ଗଠନକୁ କଂଗ୍ରେସର ଗୁରୁତ୍ବ , ପ୍ରଥମଥର ପାଇଁ ଜିଲ୍ଲାସ୍ତରରେ ମୁଖପାତ୍ରଙ୍କୁ କଲା ନିଯୁକ୍ତ!

ଓଏଲ୍‌ ବ୍ୟୁରୋ: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ରାଜ୍ୟରେ ଶାସକ ଦଳ ଥିବା ବିଜୁ ଜନତା ଦଳ ଓ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଆରମ୍ଭ କରିଛି ଅଙ୍କକଷା। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା କଂଗ୍ରେସ ନିଜର ସାଙ୍ଗଠନିକ ପୁନର୍ଗଠନକୁ ବିଶେଷ ଧ୍ୟାନ ଦେଇଛି। ଯେଉଥିପାଇଁ ଦଳ ପ୍ରଥମଥର ପାଇଁ ଜିଲ୍ଲାସ୍ତରରେ ମୁଖପାତ୍ରଙ୍କୁ ନିଯୁକ୍ତ କରିଛି।

ଆଜି କଂଗ୍ରେସ ଦଳ ପକ୍ଷରୁ ଏକ ତାଲିକା ଜାରି ହୋଇଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ମୁଖପାତ୍ରମାନଙ୍କୁ ନିଯୁକ୍ତି ଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରଥମଥର ପାଇଁ ଜିଲ୍ଲାସ୍ତରରେ ମୁଖପାତ୍ର ନିଯୁକ୍ତ କରିଛି କଂଗ୍ରେସ।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ମୁଖପାତ୍ର ଭାବେ ଗୋପାଳ ଚନ୍ଦ୍ର ନାଥ, ବାଲେଶ୍ବର ଜିଲ୍ଲାର ସୁଧାଂଶୁ ଶେଖର ଜେନା, ଭଦ୍ରକ ଜିଲ୍ଲାର ଶୁଭେନ୍ଦୁ ରାୟଙ୍କୁ ନିଯୁକ୍ତ କରିଛି ଦଳ। ସେହିପରି ବରଗଡ଼ର ସରୋଜ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱରର ଜୟଶ୍ରୀ ପାତ୍ର, ବଲାଙ୍ଗିରର ଅଜୟ ବାଲି, ବୌଦ୍ଧର ଶାନ୍ତନୁ କୁମାର ମହାପାତ୍ର, କଟକର ଅଶୋକ କୁମାର ସ୍ୱାଇଁ, କଟକ ସହରର ମାନସ ପରିଡ଼ା ନିଯୁକ୍ତ ପାଇଛନ୍ତି।

ସେହିପରି ଦେବଗଡ଼ର ମୁଳ କୁମାର ନାୟକ, ଢେଙ୍କାନାଳର ନିର୍ମଳ କୁମାର ମିଶ୍ର, ଗଜପତିର ସୂର୍ଯ୍ୟ ନାରାୟଣ ପାତ୍ର, ଜଗତସିଂହପୁରର ହେମନ୍ତ ରଥ, ଯାଜପୁରର ବିଭୁତି ଭୂଷଣ ମହାପାତ୍ର, ଝାରସୁଗୁଡ଼ାର ସୁବ୍ରତ ପ୍ରଧାନ, କଳାହାଣ୍ଡିର ଋଷି କାପୁର ସାହୁ, କନ୍ଧମାଳର ଘନ କୁମାର ଶବର, କେନ୍ଦୁଝରର ସଂଗୀତା ସିଂ, ଖୋର୍ଦ୍ଧାର ସୁନିଲ ରାଉତରାୟ, କୋରାପୁଟର ରୂପକ ତୁରୁକ, ମୟୁରଭଞ୍ଜର ଯୋଗେଶ ଅଗ୍ରୱାଲ,ମାଲକାନଗିରିର ପର୍ଶୁରାମ ଭକ୍ତ, ନବରଙ୍ଗପୁରର ଦେବକାନ୍ତ ପଣ୍ଡା, ନୂଆପଡ଼ାର ଅଭୟ ଶଙ୍କର ଯୋଶୀ, ନୟାଗଡ଼ର ବୃନ୍ଦାବନ ନାୟକ, ପୁରୀର ସ୍ୱାଧୀନ କୁମାର ପଣ୍ଡା, ରାଉରକେଲାର ଗିରିଜା ଶଙ୍କର ମିଶ୍ର ଓ ସୁନ୍ଦରଗଡରକର୍ମବୀର ଦାସଙ୍କୁ ଜିଲ୍ଲା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛି ଦଳ।

Leave A Reply

Your email address will not be published.