Odisha Link
Bridging the Missing Links in Odisha

ଆରମ୍ଭ ହେଲା ‘ସାଗର କବଚ-୨’, ସାମୁଦ୍ରିକ ସୀମାରେ ଆତଙ୍କୀ ଅନୁପ୍ରବେଶ ରୋକିବାକୁ ପ୍ରୟାସ

ଓଏଲ୍‌ ବ୍ୟୁରୋ: ସାମୁଦ୍ରିକ ସୀମାରେ ଆତଙ୍କୀ ଅନୁପ୍ରବେଶ ରୋକିବାକୁ ପ୍ରୟାସ କରାଯାଇଛି। ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ‘ସାଗର କବଚ-୨’ ଆରମ୍ଭ ହୋଇଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ସମରାଭ୍ୟାସ ଚାଲିଛି। ସାମୁଦ୍ରିକ ସୀମାରେ ଆତଙ୍କୀ ଅନୁପ୍ରବେଶ ରୋକିବାକୁ ସମରାଭ୍ୟାସ ଆରମ୍ଭ ହୋଇଥିବାବେଳେ ସମରାଭ୍ୟାସରେ କେନ୍ଦ୍ର ଓ ରାଜ୍ୟର ୧୮ଟି ସଂସ୍ଥା ସାମିଲ ହୋଇଛି। ଉପକୂଳ ସୁରକ୍ଷା ନେଇ ପାରାଦୀପରେ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨। ଜଳପଥରେ କୌଣସି ପ୍ରକାର ଅନୁପ୍ରବେଶ ରୋକିବାକୁ ସତର୍କତା ବଢ଼ାଇବାକୁ ଏଭଳି ଅଭ୍ୟାସ କରାଯାଇଥାଏ।

Leave A Reply

Your email address will not be published.