Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ବିଲ୍‌: ଦଳୀୟ ହ୍ୱିପ୍‌ ଜାରି କଲା ବିଜେଡି

ଓଏଲ୍‌ ବ୍ୟୁରୋ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) ପାରିତ ହୋଇଛି। ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ ବିଲ୍ ବିରୋଧରେ ପଡ଼ିଛି ମାତ୍ର ୨ଟି ଭୋଟ୍। ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। ଆଜି ରାଜ୍ୟସଭାରେ ଆସିବ ମହିଳା ସଂରକ୍ଷଣ ବିଲ୍‌। ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କଲା ବିଜେଡି। ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‌ ଜାରି କରାଯାଇଛି। ରାଜ୍ୟସଭା ସାଂସଦଙ୍କ ପାଇଁ ଦଳୀୟ ହ୍ବିପ୍ ଜାରି କଲା ବିଜେଡି। ଐତିହାସିକ ବିଲ୍‌କୁ ସମର୍ଥନ ଜଣାଇବାକୁ ହ୍ବିପ୍ ଜାରି କରାଯାଇଛି।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ ଦଳର ସାଂସଦ ବିଲକୁ ସମର୍ଥନ କରିଥିଲେ। ସେପଟେ ମହିଳା ବିଲ୍ ଲାଗି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ ବିଜେଡି ସାଂସଦ। କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଧେୟକ ବିଷୟରେ ଆଲୋଚନା କରି ମହିଳାଙ୍କ ପ୍ରଗତି ପାଇଁ ବିଲ୍‌ ଆଗତ କରାଯାଇଥିବା କହିଥିଲେ।

Leave A Reply

Your email address will not be published.