Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ବିଲ୍‌ରେ ମହାମହିମଙ୍କ ମୋହର, ଆଇନରେ ପରିଣତ ହେଲା ବିଲ୍

ଓଏଲ୍‌ ବ୍ୟୁରୋ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) ପାରିତ ହୋଇଛି। ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ ବିଲ୍ ବିରୋଧରେ ପଡ଼ିଛି ମାତ୍ର ୨ଟି ଭୋଟ୍। ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଛି।

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ୍ ଆଇନରେ ପରିଣତ ହୋଇଛି। ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ ଦେଇଛନ୍ତି। ପରେ ବିଲ୍‌ଟି ଆଇନରେ ପରିଣତ ହୋଇଛି।

Leave A Reply

Your email address will not be published.