Odisha Link
Bridging the Missing Links in Odisha

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି

ଓଏଲ୍‌ ବ୍ୟୁରୋ: ଦେଶର ଜନସାଧାରଣଙ୍କ ପାଇଁ ଖୁସି ଖବର। ୨ ହଜାର ଟଙ୍କିଆ ନୋଟର ବଦଳାଇବା ଅବଧି ବୃଦ୍ଧି ପାଇଛି। ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା।କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି ତେଣୁ ବହୁ ସମୀକ୍ଷା କରିବା ପରେ ଏହି ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।

ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା। ଆଇବିଆଇର ଏମିତି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍‌ ବ୍ୟାଙ୍କରେ ଜମା କରିଥିଲେ ଲୋକେ।

ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ। ଯାହାଫଳରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.