Odisha Link
Bridging the Missing Links in Odisha

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ, ୩୮ଟି ମେଡାଲ ସହ ୪ର୍ଥ ସ୍ଥାନରେ ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଏସିଆନ୍‌ ଗେମ୍ସ ୨୦୨୩ର ୭ମ ଦିନରେ ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ। ଗ୍ରୁପ୍‌ ଷ୍ଟେଜର ପୁଲ ଏ ମ୍ୟାଚରେ ପାକିସ୍ତାନକୁ ୧୦-୨ ହରାଇଛି ଭାରତୀୟ ହକି ଦଳ। ଭାରତ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ବିପକ୍ଷରେ ଗୋଲ ଅନ୍ତର ହିସାବରେ ଭାରତର ଏହା ବୃହତ ବିଜୟ।

ଶନିବାର ଭାରତର ଖେଳାଳି ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଯାବତ୍‌ ଏସିଆନ୍‌ ଗେମ୍ସରେ ଭାରତକୁ ମିଳିଲାଣି ମୋଟ ୧୦ଟି ସ୍ବର୍ଣ୍ଣ। ଆଜି ସ୍କ୍ୱାସ୍ ଇଭେଂଟ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ। ଭାରତର ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗୋନକର ୨-୧ରେ ପାକିସ୍ତାନକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ସେପଟେ ଟେନିସ୍ ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ପାଇଛି ଭାରତ। ରୋହନ ବୋପାନ୍ନା-ରୁତୁଜା ଭୋସଲେ ଯୋଡିଙ୍କୁ ଏହି ସଫଳତା ପାଇଛି।

ଫାଇନାଲ ମ୍ୟାଚରେ ଚୀନ ତାଇପେଇ ପ୍ରତିପକ୍ଷ ଏନ-ସୁଓ, ତୁସୁଙ୍ଗ ହାଓ ହୁଆଙ୍ଗକୁ ପରାସ୍ତ କରି ଭାରତୀୟ ଯୋଡି ଗୋଲ୍ଡ୍ ମେଡାଲ ହାତେଇବାରେ ସଫଳ ହୋଇଛନ୍ତି। ଏଥିସହ ସୁଟିଂରେ ଭାରତକୁ ରୌପ୍ୟ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିକ୍ସରେ ଚୀନକୁ ହରାଇ ଭାରତର ସରାବଜୋଟ ସିଂ ଏବଂ ଦିବ୍ୟା ଟିଏସ୍ ଏହି ସଫଳତା ପାଇଛନ୍ତି। ଏହାକୁ ମିଶାଇ ଏସୀୟ କ୍ରୀଡାରେ ଏଯାଏ ଭାରତକୁ ୩୬ଟି ମେଡାଲ ମିଳିଛି। ଯେଉଁଥିରେ ୧୦ଟି ଗୋଲ୍ଡ, ୧୪ଟି ସିଲଭର, ୧୪ଟି ବ୍ରୋଞ୍ଜ୍ ମେଡାଲ୍ ସାମିଲ୍ ରହିଛି।

Leave A Reply

Your email address will not be published.