Odisha Link
Bridging the Missing Links in Odisha

ରାଜ୍ୟରେ ୩ ବର୍ଷ ମଧ୍ୟରେ ପାଖାପାଖି ୩ ଲକ୍ଷ ଗ୍ରାଜୁଏଟ୍ ବେକାରୀ!

ଓଏଲ୍‌ ବ୍ୟୁରୋ: ଦୁଇ ଦିନର ବିରତି ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ପୁଣି ଆରମ୍ଭରୁ ଗୃହ ସରଗରମ ହୋଇଥିଲା। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶଦ୍ଦ ବାଦ୍ ଦେବା ଦାବିରେ ହଟ୍ଟଗୋଳ ହୋଇଥିଲା।

ଅନ୍ୟପଟେ, ବିଧାନସଭାରେ ବିଧାୟକ ଧ୍ରୁବ ସାହୁ ରାଜ୍ୟରେ ବେକାରୀ ସଂଖ୍ୟାକୁ ନେଇ ପ୍ରଶ୍ନ କରିଥିଲେ। ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଉତ୍ତର ରଖିଛନ୍ତି। ୨୦୧୯-୨୩ରେ ୧୧ଲକ୍ଷ ୬ହଜାର ୫୩୬ ଚାକିରି ଆଶାୟୀ ଥିବାବେଳେ ୨୦୧୯ରେ ୧୦୫୩ ନିଯୁକ୍ତି, ୨୦୨୦ରେ ୮୩ ଜଣଙ୍କୁ ନିଯୁକ୍ତି ମିଳିଛି। ୨୦୨୧ରେ ୧୭୨, ୨୦୨୨ରେ ୫୯ ଓ ୨୦୨୩ରେ ୪୯୯ ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟରେ ୩ ବର୍ଷ ମଧ୍ୟରେ ୨,୯୮,୯୩୩ ଗ୍ରାଜୁଏଟ୍ ବେକାରୀ ଥିବ ସୂଚନା ରହିଛି।