Odisha Link
Bridging the Missing Links in Odisha

ବିଶ୍ବକପ୍‌ରେ ଇତିହାସ ରଚିଲା ପାକିସ୍ତାନ, ଗୋଟିଏ ମ୍ୟାଚରେ ୪ ଡାହାଣହାତୀ ବ୍ୟାଟସମ୍ୟାନ୍‌ କଲେ ଏଭଳି କାରନାମା

ଓଏଲ୍‌ ବ୍ୟୁରୋ: ଦିନିକିଆ କ୍ରିକେଟ ବିଶ୍ବକପରେ ବିଶ୍ବ ରେକର୍ଡ କରିଛି ପାକିସ୍ତାନ। ୪୮ ବର୍ଷ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ତାହା କରି ଦେଖାଇଛି ପାକିସ୍ତାନ। ବିଶାଳ ରେକର୍ଡ ଟାର୍ଗେଟରେ ପିଛା କରି ପାକିସ୍ତାନ ୪ଓ୍ବିକେଟରେ ବାଜି ମାରି ନେଇଛି। ଶ୍ରୀଲଙ୍କା ୩୪୫ ରନର ଟାର୍ଗେଟ ଦେଇଥିଲେ ମଧ୍ୟ ପାକିସ୍ତାନ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।ସବୁଠୁ ବଡ଼କଥା ଉଭୟ ଦଳର ୪ଜଣ ଡାହାଣହାତୀ ବ୍ୟାଟସମ୍ୟାନ୍‌ ଶତକୀୟ ଇନିଂସ୍‌ ଖେଳିଥିଲେ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୪୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଧାର୍ଯ୍ୟ ଟାର୍ଗେଟକୁ ୪ ୱିକେଟ ହରାଇ ୧୦ ବଲ ପୂର୍ବରୁ ହାସଲ କରି ନେଇଥିଲା। ଚଳିତ ବିଶ୍ୱକପରେ ପାକିସ୍ତାନ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

ବଡ଼କଥା ହେଲା ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ବିଜୟ ହାସଲ କରିଛି। ବିଶ୍ୱକପରେ କୌଣସି ମ୍ୟାଚ୍‌ ଜିତିବା ପ୍ରଥମ ଘଟଣା। ପୂର୍ବରୁ ଏହି ରେକର୍ଡ ଆୟର୍ଲ୍ୟାଣ୍ଡ ନାଁରେ ଥିଲା। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୨୮ ରନ କରିଥିଲା। ଏହାର ଜବାବରେ ଆୟର୍ଲ୍ୟାଣ୍ଡ ୭ ୱିକେଟ ହରାଇ ୩୨୯ ରନ କରି ନେଇଥିଲା। ହେଲେ ଆଜି ପାକିସ୍ତାନ ରନ ଚେଜ୍‌ର ରେକର୍ଡକୁ ଭାଙ୍ଗି ଦେଇଛି। ଆଇସିସି ବିଶ୍ୱକପର ୪୮ ବର୍ଷ ଇତିହାସରେ ପାକିସ୍ତାନ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

Leave A Reply

Your email address will not be published.