Odisha Link
Bridging the Missing Links in Odisha

ଭାଙ୍ଗିଲା ମାଷ୍ଟର ବ୍ଲାଷ୍ଟର ଓ ଗେଲ୍‌ଙ୍କ ରେକର୍ଡ; ବିଶ୍ବ କ୍ରିକେଟରେ ଇତିହାସ ରଚିଲେ ହିଟ୍‌ ମ୍ୟାନ୍

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି ଆଇସିସି ଦିନିକିଆ ବିଶ୍ବକପ୍‌ର ନବମ ମୁକାବିଲା। ଆଫଗାନିସ୍ତାନ-ଭାରତ ମଧ୍ୟରେ ଚାଲିଛି ହାଇଭୋଲଟେଜ ମୁକାବିଲା। ଆଫଗାନିସ୍ତାନ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୨୭୨ ରନ୍‌ ସ୍କୋର କରିଛି। ଯାହାର ପିଛା କରୁଛି ଭାରତ। ସବୁଠୁ ବଡ଼କଥା ହେଲା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ବିଶ୍ବ କ୍ରିକେଟର ଇତିହାସରେ ଲେଖିଛନ୍ତି ନୂଆ ଅଧ୍ୟାୟ। ବିଶ୍ବ କ୍ରିକେଟରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି ରୋହିତ ଶର୍ମା। ଏଥିସହିତ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଆଉ ଏକ ବିଶ୍ବ ରେକର୍ଡ କରିଛନ୍ତି ରୋହିତ। ଦିନିକିଆ ବିଶ୍ବକପ୍‌ରେ ସର୍ବାଧିକ ଶତକ ମାରିବା ମାମଲାରେ ରୋହିତ ଆଗରେ। ସଚିନ ତେନ୍ଦୁଲକର ୬ଟି ଶତକ ମାରି ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଆଫଗାନିସ୍ତାନ ଦେଇଥିବା ୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍‌ ଇଣ୍ଡିଆ ବ୍ୟାଟିିଂ ଆରମ୍ଭ କରି। ଦଳର ଦୁଇ ଓପନର ରୋହିତ ଶର୍ମା ଓ ଈଶାନ କିଷନ ଦଳକୁ ଦମଦାର ଆରମ୍ଭ ଦେଇଛନ୍ତି। ରୋହିତ ମାତ୍ର ୩୦ଟି ବଲ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିମଧ୍ୟରେ ସେ ୪ଟି ଛକା ମାରିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ୩ଟି ଛକା ମାରି କ୍ରିସ୍‌ ଗେଲଙ୍କୁ ପଛରେ ପକାଇ ବିଶ୍ବ କ୍ରିକେଟର ସିକ୍ସର କିଙ୍ଗ୍‌ ହୋଇଛନ୍ତି।

ରୋହିତ ତିନୋଟି ଫର୍ମାଟରେ ୫୫୫ ଟି ଛକା ମାରିଥିବା ବେଳେ କ୍ରିସ୍‌ ଗେଲ ୫୫୩ଟି ଛକା ମାରିଥିଲେ।ରୋହିତ ଟି-୨୦ରେ ୭୭ଟି ଛକା ମାରିଥିବା ବେଳେ ଦିନିକିଆରେ ୨୯୬ଟି ଛକା ଓ ଟେଷ୍ଟ କ୍ରିକେଟରେ ୧୮୨ଟି ଛକା ମାରିଛନ୍ତି।

Leave A Reply

Your email address will not be published.