Odisha Link
Bridging the Missing Links in Odisha

ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ; ନଭେମ୍ବର ୨୫ରେ ମତଦାନ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ମିଜୋରାମ, ଛତିଶଗଡ଼, ଏମ୍‌ପି, ରାଜସ୍ଥାନ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା। ଯେଉଁଥିରେ ସାମାନ୍ୟ ପରିବର୍ତ୍ତନ ନଜର ଆସିଛି। ପୂର୍ବରୁ ନଭେମ୍ବର ୨୩ରେ ରାଜସ୍ଥାନ ନିର୍ବାଚନ ନେଇ ଘୋଷଣା କରିଥିଲା ନିର୍ବାଚନ କମିଶନ, ଯାହା ବର୍ତ୍ତମାନ ବଦଳି ଆସନ୍ତା ନଭେମ୍ବର ୨୫ରେ ମତଦାନ ହେବ ବୋଲି ଘୋଷଣା ହୋଇଛି।

ସୂଚନା ଅନୁସାରେ, ମିଜୋରାମ, ଛତିଶଗଡ଼, ଏମ୍‌ପି, ରାଜସ୍ଥାନ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମିଜୋରାମରେ ନଭେମ୍ବର ୭ରେ ଭୋଟ ଗ୍ରହଣ କରାଯିବ। ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ଏବଂ ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ସେହିଭଳି ରାଜସ୍ଥାନରେ ନଭେମ୍ବର ୨୫ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ କରାଯିବ। ତେବେ ଡିସେମ୍ବର ୩ ତାରିଖରେ ଏହି ୫ ରାଜ୍ୟ ବିଧାନସଭା ଭୋଟ ଗଣତି ହେବ। କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୫ ରାଜ୍ୟର ୬୭୯ ଆସନରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.