Odisha Link
Bridging the Missing Links in Odisha

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ: ବିଜେପିକୁ ଟାର୍ଗେଟ କଲା ବିଜେଡି

ପୁଣିଥରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଘେରିଛି।

ଓଏଲ୍‌ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଅନେକ ଯୋଜନାକୁ ନେଇ ବିରୋଧୀ-ଶାସକଦଳ ମଧ୍ୟରେରେ ଟାଣ ଓଟରା ଚାଲିଛି। ତେବେ ପୁଣି ବିଜେଡି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ ପୁଣିଥରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଘେରିଛି।

ଦାବି ମୁତାବକ ସମସ୍ୟାର ସମାଧାନ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ରାଜ୍ୟରେ ଜାତୀୟ ରାଜପଥ ୫୫ର ମରାମତି କାମ ଧିମା ହେବା, ୨୦୧୫ରେ କୋଷ୍ଟାଲ ହାଇୱେ ରାମେଶ୍ୱରମରୁ ଦୀଘା ରାସ୍ତା କାମ ଆରମ୍ଭ ନହେବା ଏବଂ ୨୦୨୨ ଏପ୍ରିଲରେ ରାଜଧାନୀରେ କ୍ୟାପିଟାଲ ରିଜଅନ ରିଂ ରୋଡ୍ ପ୍ରସଙ୍ଗରେ ବିଜେପି ସାଂସଦ ଚୁପ ରହିବାକୁ ନେଇ ପ୍ରଶ୍ନ କରିଛି ବିଜେଡି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଗେଇ ଆସୁଥିବା ବେଳେ ବିଜେପି ସାଂସଦ ଚୁପ ରହିବାକୁ ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.