ଆରମ୍ଭ ହେଲା ଭାରତର ଗଗନୟାନ ମିଶନ, ସକାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ

ଓଏଲ୍ ବ୍ୟୁରୋ: ସକାଳେ ପ୍ରଥମେ ସ୍ଥଗିତ ହେଲା ଆଉ ଏବେ ସଫଳ ଉତ୍କ୍ଷେପଣ ହେଲା TV D1। ଏଥିସହିତ ଆରମ୍ଭ ହେଲା ଭାରରତର ଗଗନୟାନ ମିଶନ। ସକାଳେ ବୈଷୟିକ ତ୍ରୁଟି କାରଣୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ। ସଫଳତାର ସହିତ ବଙ୍ଗୋପସାଗରରେ TV D1 ଲ୍ୟାଣ୍ଡ କରିଥିବା ସୂଚନା ଦେଇଛି ଇସ୍ରୋ।
ସକାଳେ ସ୍ଥଗିତ ହେେଇଥିଲା ଗଗନୟାନ ମିଶନର ଉତକ୍ଷେପଣ। ମାତ୍ର ୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନର ଟ୍ରାଏଲ ଉତକ୍ଷେପଣକୁ ସ୍ଥଗିତ ରଖିଥିଲା ଇସ୍ରୋ।ପରବର୍ତ୍ତୀ ସମୟରେ କେବେ ଉତ୍କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଥିଲେ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ଠିକ୍ ସମୟରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ଏଣୁ ୫ ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଆଜି ଗଗନୟାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ ପରୀକ୍ଷା କରାଯାଇଥାନ୍ତା। କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକଶକୁ ଯିବା ପାଇଁ ନିର୍ମାଣ କରାଯାଇଛି। ତେବେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହେବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ। କ୍ରିଉ ମଡ୍ୟୁଲ ଭିତରେ ପୃଥିବୀ ବୟୁମଣ୍ତଳ ଭଳି ପରିବେଶ ମଧ୍ୟ ରହିବ। ତେବେ ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ଫେରାଇ ଆଣିପାରିବ।