Odisha Link
Bridging the Missing Links in Odisha

ଆଗକୁ ନିର୍ବାଚନ; ମାସକରେ ବଦଳିଲେଣି ୨୫୦ରୁ ଅଧିକ ଓଏଏସ୍‌ ଅଧିକାରୀ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ରାଜ୍ୟ ସରକାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର। ପୁଣିଥରେ ୫୩ ଜଣ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହକ ମଧ୍ୟରେ ୨୫୦ରୁ ଅଧିକ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିସାରିଲେଣି ରାଜ୍ୟ ସରକାର।

ଗତ ୨୨ ତାରିଖରେ ୨୨୦ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ପୁଣି ୫୩ ଜଣ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏହି ବଦଳ କରାଯାଇଛି। ୫୩ ଜଣ ଓଏଏସ୍‌ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର ଓ ବିଡିଓ ଭାବେ ବଦଳି କରାଯାଇଛି।

ସୂଚନାଥାଉକି, ନିକଟରେ ରାଜ୍ୟ ସରକାରୀ ୧୬୦ ଜଣ ଅତିରିକ୍ତ ତହସିଲଦାରଙ୍କୁ ବଦଳି କରାଇଥିଲେ। ଏପରିକି ଅକ୍ଟୋବର ୨୫ ତାରିଖ ସୁଦ୍ଧା ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଫଳରେ ସେମାନେ ଅକ୍ଟୋବର ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲେକ୍ଟ୍ରୋରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.