Odisha Link
Bridging the Missing Links in Odisha

ଚର୍ଚ୍ଚାରେ ରାଜଗାଙ୍ଗପୁର ବିଧାୟକ, ଡାକ୍ତର ନଥିବାରୁ ନିଜେ କଲେ ରୋଗୀଙ୍କ ଚିକିତ୍ସା

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ୍‌. ରାଜନ। ଏଥର କିନ୍ତୁ କୌଣସି ରାଜନୈତିକ ଚର୍ଚ୍ଚା ନୁହେଁ ବରଂ ରୋଗୀ ସେବା ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ଗତ ୨ଦିନ ହେବ ଦଶହରା ଛୁଟି ଥିଲା। ଏହି ସମୟରେ ଡାକ୍ତରଖାନାରେ ଡାକ୍ତର ନଥିଲେ। ଡାକ୍ତରଖାନାରେ ଡାକ୍ତର ନଥିବାରୁ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ୍‌. ରାଜନ ନିଜେ ରୋଗୀ ଦେଖିଲେ।

ସୂଚନା ଅନୁସାରେ, ଗତ ଦୁଇ ଦିନ ହେଲା ରାଜଗାଙ୍ଗପୁର ସିଏଚସିରେ ଡାକ୍ତର ନାହାନ୍ତି। ବିଧାୟକ ଡାକ୍ତର ରାଜନ ଖବରପାଇ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାରେ ଡାକ୍ତର ନଥିବାରୁ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ୍‌. ରାଜନ ନିଜେ ରୋଗୀ ଦେଖିଲେ। ସଂଖ୍ୟାଧିକ ରୋଗୀ ହଇରାଣ ହେଉଥିବା ଦେଖି ନିଜେ ଚିକିତ୍ସା କରିଥିବା ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.