Odisha Link
Bridging the Missing Links in Odisha

ଇତିହାସ ରଚିଲେ ସାମି; ବିଶ୍ବର ପ୍ରଥମ ବୋଲର ଭାବେ କମ ମ୍ୟାଚ୍‌ ଖେଳି କଲେ ବଡ଼ କାରନାମା

ଉମର ଗୁଲ ମଧ୍ୟ ୫୪ ଜଣ ଖେଳାଳିଙ୍କ କ୍ଲିନ୍‌ ବୋଲ୍ଡ କରିଥିଲେ।

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ଇତିହାସ ରଚିଲେ ଭାରତର ପେସ୍‌ ବୋଲର ମହମ୍ମଦ ସାମି। ବିଶ୍ବକପ୍‌ ୨୦୨୩ର ୨୯ ତମ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ସାମି। ସେ ଇଂଲଣ୍ଡ ବିପକ୍ଷରେ ୪ଟି ଓ୍ବିକେଟ ନେଇଥିଲେ। ସେ ମଧ୍ୟରୁ ୩ଜଣ ଖେଳାଳିଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ଏଥିସହିତ ସାମି ତାଙ୍କ ଦିନିକିଆ କ୍ୟାରିୟରରେ ୬୦ ଜଣ ଖେଳାଳିଙ୍କ ବୋଲ୍ଡ କରିବା ସଫଳତା ହାସଲ କରିଛନ୍ତି। ଏଥିସହିତ ସାମି ବହୁତ ମହାନ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି।

ସାମି ଇମ୍ରାନ୍‌ ଖାନ, ସକଲୈନ ମୁସ୍ତାକ, ଅବଦୁର ରଜାକଙ୍କ ଭଳି ମହାନ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ସୂଚନାଥାଉକି, ଦିନିକିଆ କ୍ରିକେଟରେ ଇମ୍ରାନ ଖାନ ୫୪ ଜଣ ଖେଳାଳିଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ସେହିପରି ଉମର ଗୁଲ ମଧ୍ୟ ୫୪ ଜଣ ଖେଳାଳିଙ୍କ କ୍ଲିନ୍‌ ବୋଲ୍ଡ କରିଥିଲେ। ବାଂଲାଦେଶର ପୂର୍ବତନ ଷ୍ଟାର ପେସ୍‌ ବୋଲର ଅବଦୁର ରଜାକ ୫୭ ଜଣଙ୍କୁ, ମୁସ୍ତାକ ୫୫ ଜଣଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ।

ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ବୋଲ୍ଡ କରିବା ମାମଲାରେ ସବୁଠୁ ଆଗରେ ଅଛନ୍ତି ପାକିସ୍ତାନର ଓ୍ବାସିମ ଆକ୍ରମ। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ୧୭୬ ଜଣ ଖେଳାଳିଙ୍କୁ ବୋଲ୍ଡ କରିଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ଓ୍ବାକାର ୟୁନିସ୍‌ ଅଛନ୍ତି। ସେ ୧୫୧ ଜଣ ବ୍ୟାଟସମ୍ୟାନଙ୍କୁ ବୋଲ୍ଡ କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ବୋଲ୍ଡ କରିବା ମାମଲାରେ ଅନିଲ କୁମ୍ବଲେ ଆଗରେ ଅଛନ୍ତି। ସେ ୯୨ ଜଣ ବ୍ୟାଟସମ୍ୟାନଙ୍କୁ କ୍ଲିନ୍‌ ବୋଲ୍ଡ କରିଛନ୍ତି। ତାଙ୍କ ପଛକୁ ଜାହିର ଖାନ (୮୧), ଶ୍ରୀନାଥ (୮୦) ଓ କପିଳ ଦେବ ୭୯ ଜଣ ଖେଳାଳିଙ୍କୁ ବୋଲ୍ଡ କରିଛନ୍ତି। ତାଙ୍କ ପଛକୁ ଅଜିତ ଅଗରକର ୭୧ ଜଣଙ୍କୁ ବୋଲ୍ଡ କରି ୫ମ ସ୍ଥାନରେ ଅଛନ୍ତି। ୬ଷ୍ଠ ସ୍ଥାନରେ ଏବେ ମହମ୍ମଦ ସାମି ଅଛନ୍ତି।

ଦିନିକିଆ କ୍ରିକେଟରେ ସାମି ଏପର୍ଯ୍ୟନ୍ତ ୧୭୮ଟି ଓ୍ବିକେଟ ହାସଲ କରିଛନ୍ତି। ସେ ମାତ୍ର ୯୬ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ଏସବୁ ବ୍ୟତୀତ ସାମି ଦୁନିଆର ଏକମାତ୍ର ବୋଲର ଯିଏକି ମାତ୍ର ୯୬ଟି ମ୍ୟାଚ୍‌ ଖେଳି ୬୦ଜଣଙ୍କୁ କ୍ଲିନ୍‌ ବୋଲ୍ଡ କରିଛନ୍ତି। ଏଭଳି ରେକର୍ଡର ଅଧିକାରୀ ଆଗରୁ କେହି ବି ନାହାନ୍ତି।

Leave A Reply

Your email address will not be published.