Odisha Link
Bridging the Missing Links in Odisha

ବେଆଇନ ବାଣ ତିଆରି ରୋକିବାକୁ ଡିସିପିଙ୍କ ଅପିଲ୍, ଜାରି ହେଲା ହେଲପ୍‌ଲାଇନ୍ ନମ୍ବର

ଓଏଲ୍‌ ବ୍ୟୁରୋ: ବେଆଇନ ବାଣ ତିଆରି ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବେଆଇନ ବାଣ ତିଆରି ହେଲେ ଜଣାଇବାକୁ ଡିସିପି ଅପିଲ୍ କରିଛନ୍ତି। କମିଶନରେଟ ପୁଲିସ ପକ୍ଷରୁ ହେଲପ୍‌ଲାଇନ୍ ନମ୍ବର ଜାରି କରାଯାଇଛି।

7077798111 ନମ୍ବରରେ ଯେ କେହି କଲ୍ କରି ଜଣାଇପାରିବେ। କଲ୍ କରିଥିବା ଲୋକଙ୍କ ପରିଚୟ ଗୋପନ ରହିବା ସହ ଚଢ଼ାଉ ହେବ। ଖବର ମାତ୍ରେ ତୁରନ୍ତ ପହଞ୍ଚି ଚଢ଼ାଉ ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ବାଣ ତିଆରି ଓ ବିକ୍ରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.