Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗର୍ବର ସମୟ; ଜମ୍ମୁ-କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ସମୟ। ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ଜଣେ ଓଡ଼ିଆ ପୁଅଙ୍କୁ ଦାଇତ୍ୱ ମିଳିଛି। ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି। ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ହୋଇଛନ୍ତି।

ସୂଚନା ମୁତାବକ ବର୍ତ୍ତମାନ ଜମ୍ମୁକଶ୍ମୀର ପୁଲିସର ମହାନିର୍ଦ୍ଦେଶକ ଥିବା ଦିଲବାଗ ସିଂ ଅକ୍ଟୋବର ୩୧ରେ ଅବସର ନେବା ପରେ ତାଙ୍କ ସ୍ଥାନରେ ରଶ୍ମିରଂଜନଙ୍କୁ ଦାୟିତ୍ୱ ମିଳିଛି। ରାଉରକେଲାର ମୂଳ ବାସିନ୍ଦା ରଶ୍ମିରଂଜନ ନ୍ୟାସନାଲ ପୁଲିସ୍ ଏକାଡେମୀ (ହାଇଦ୍ରାବାଦ) ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୁଲିସ୍ ଅଧିକାରୀ ସମ୍ମାନ ମିଳିଥିଲା।

ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ। ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ। ଜୁନ୍ ୨୦୨୦ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା।

Leave A Reply

Your email address will not be published.