Odisha Link
Bridging the Missing Links in Odisha

ନୂତନ ପ୍ରଜାତିର ରଙ୍ଗୀନ ମାଛ ଚିହ୍ନଟ; କିଲୋ ପିଛା ବିକ୍ରି ହେଉଛି ୬୦୦ରୁ ଅଧିକ ଟଙ୍କାରେ

ଓଏଲ୍‌ ବ୍ୟୁରୋ: ନୂତନ ପ୍ରଜାତିର ରଙ୍ଗୀନ ମାଛ ଚିହ୍ନଟ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଠାରେ ଥିବା ମହାନଦୀ ଓ ତେଲ ନଦୀ ମିଶ୍ରଣ ସ୍ଥାନରୁ ସଂଗ୍ରହ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ‌ ବିଜ୍ଞାନ ବିଭାଗ ଏମଏସଇବି ଗବେଷଣା ଗାର ପକ୍ଷରୁ ଏକ ନୂତନ ପ୍ରଜାତିର ମାଛ ଆୱାସ ମୋଟଲା ଚିହ୍ନଟ କରାଯାଇଛି।

ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟ କିଶୋର ସେଟ୍ ଏବଂ ତାଙ୍କ ଗବେଷକ ଦଳ ଏହି ମାଛଟିକୁ ଗତ ୧୩ ଜୁନ ୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଠାରେ ଥିବା ମହାନଦୀ ଓ ତେଲ ନଦୀ ମିଶ୍ରଣ ସ୍ଥାନରୁ ସଂଗ୍ରହ କରିଥିଲେ। ଏହି ମାଛଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜୟ କିଶୋର ସେଟ୍, ଗବେଷକ, ଗବେଷିକା ସନ୍ମିତ୍ର ରୟ, ସମୀର ଶୂର, ଦିଲରାଜ୍ ପୁଆଲା ଏହି ମାଛକୁ ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ।

ଏହି ମାଛଟି ଭିନ୍ନ ପ୍ରଜାତିର ହୋଇଥିବାରୁ ଅଧିକ ଏହା ବିଷୟରେ ଜାଣିବା ପାଇଁ ଗୋପାଳପୁର ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଅନିଲ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ମିଳିତ ଭାବରେ ଗବେଷଣା କରିଥିଲେ। ଏହି ମାଛଟିର ଆଖିଟି ୬. ୬ରୁ ୮.୪ ଡାଇମିଟର, ପ୍ରିଡୋର୍ସାଲ କାତି ୧୩ ରୁ ୧୫, ଲଙ୍ଗିଚୁଡ଼ିନାଲ କାତି ୧୩ରୁ ୧୫, ଗିଲ ରାକେର ୧ରୁ ୭ ସ୍ତର ରହିଛି।

ମାଛଟିର ଉପର ମାଢିର ଗୋଟିଏ ଦାନ୍ତ ରହିଥିବା ବେଳେ ତଳ ମାଢିରେ ୨ରୁ ୩ ଧାଢ଼ି ଦାନ୍ତ ରହିଛି। ଏହି ଦାନ୍ତ ଗୁଡିକ ମୁନିଆ ଓ ଶକ୍ତ। ଡିଏନଏ ପରୀକ୍ଷାରୁ ୮.୩ରୁ ୧୩.୮ ପ୍ରତିଶତ ଅନ୍ୟ ମାଛ ଠାରୁ ଅଲଗା ରହିଛି। ଏହି ମାଛର ରଙ୍ଗ ହଳଦିଆ ଓ ଏହି ମାଛକୁ ଲୋକେ ଖାଇଥାନ୍ତି। ଏହି ମାଛଟିର ବଜାର ଚାହିଦା ଅଧିକ ରହିଥିବାରୁ କିଲୋ ପିଛା ୬୦୦ ରୁ ୮୦୦ ଟଙ୍କା ରହିଛି।

ଶୁଖୁଆ ଶୈଳୀର ଭିନ୍ନ ଏବଂ ସୁଆଦିଆ ଅଟେ। ଓଡିଶା ସରକାର ବିଜ୍ଞାନ ଓ ପ୍ରଯୁକ୍ତିଵିଦ୍ୟା ବିଭାଗ ଗବେଷଣା ପାଇଁ ଅନୁଦାନ ରାଶି ପ୍ରଦାନ କରିଥିଲେ। ଅନ୍ତର୍ଜାତିକ ଗବେଷଣା ପତ୍ରିକା ଜୋନାଲ ଅଫ ଫିସ ବାଇଓଲୋଜିରେ ପ୍ରକାଶ ପାଇଛି। ଏ ନେଇ ଡ଼. ସେଟଙ୍କ ସହ ଯୋଗାଯୋଗ ବେଳେ ବିଭାଗ ପକ୍ଷରୁ ପ୍ରଥମଥର ଏହି ପ୍ରଜାତିର ମାଛ ପରୀକ୍ଷା ନିରୀକ୍ଷା କରି ଚିହ୍ନଟ କରାଯାଇଛି।

Leave A Reply

Your email address will not be published.