Odisha Link
Bridging the Missing Links in Odisha

ଆଜି ବି ଆରବିଆଇ ଆଗରେ ଭିଡ଼; ଇଡିର ଜେରା ସତ୍ତ୍ୱେ ଲୋକଙ୍କ ଗହଳି

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଥିବା ଭିଡ଼। ଆଜି ବି ଲମ୍ବା ଲାଇନ୍ ଲାଗିଛି। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସିଛନ୍ତି। ଏ ଭିତରେ ଇଓଡବ୍ଲୁ ଟିମ ଓ ଇଡି ଜେରା କରିଛି। ଇଓଡବ୍ଲୁ ଟିମ ଓ ଇଡି ଜେରା ପରେ ଆଜି ମଧ୍ୟ ଭିଡ଼ ଲାଗିଛି।

ସୂଚନା ଅନୁସାରେ, ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ଇଓଡବ୍ଲୁ ଟିମ ଓ ଇଡି ପଚରାଉଚରା କରିଥିଲା। ହେଲେ ଏହା ପରେ ବି ଲୋକଙ୍କ ଭିଡ଼ ଜମିଥିବା ଚିତ୍ର ସାମ୍ନାକୁ ଆସିଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି। ତେବେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.