ନୂଆ ଆଇଏଏସ୍ କ୍ୟାଡର ବଣ୍ଟନ, ଓଡ଼ିଶାକୁ ମିଳିଲେ ୮ ଆଇଏଏସ୍

ଓଏଲ୍ ବ୍ୟୁରୋ: ନୂଆ ଆଇଏଏସ କ୍ୟାଡର ବଣ୍ଟନ କରାଯାଇଛି। ଓଡ଼ିଶାକୁ ମିଳିଲେ ୮ ଆଇଏଏସ୍। ପ୍ରଣୀତା ଦାଶ, କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରାଙ୍କୁ ଓଡ଼ିଶା କ୍ୟାଡର ଭାବେ ନିଯୁକ୍ତ କରାଯାଇଥିବାବେଳେ ୟୁପିର ପ୍ରେକ୍ଷା ଅଗ୍ରୱାଲ, ନାଗାଲାଣ୍ଡର ୟିମ୍କୁମି ଔଜୁକୁମ୍ଙ୍କୁ ଓଡ଼ିଶା କ୍ୟାଡର ଦାଇତ୍ୱ ମିଳିଛି।
ମହାରାଷ୍ଟ୍ରର ଡି.ଏ ଦିଲ୍ଲୀପ, କେରଳର ଏସ୍ନି ଏ.ଏଲ୍ଙ୍କୁ ଓଡ଼ିଶା କ୍ୟାଡରରେ ସାମିଲ କରାଯାଇଛି। ତାମିଲନାଡୁର ସି. ଶରଭଣାନ୍ଙ୍କୁ ବି ମିଳିଲା ଓଡ଼ିଶା କ୍ୟାଡର ଦାଇତ୍ୱ। ଦୁର୍ଗାପ୍ରସାଦ ଅଧିକାରୀଙ୍କୁ ଛତିଶଗଡ଼, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ତାମିଲନାଡୁ କ୍ୟାଡର ଭାବେ ଦାଇତ୍ୱ ଦିଆଯାଇଛି।