Odisha Link
Bridging the Missing Links in Odisha

ବି‌ଶ୍ବକପ୍‌: ଟିମ୍‌ ଇଣ୍ଡିଆର ବିରାଟ ବିଜୟ, ୧ମ ଦଳ ଭାବେ ସେମି ଫାଇନାଲରେ ରୋହିତ ବାହିନୀ

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବି‌ଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ବିଶ୍ବକପ୍‌ର ୩୩ ତମ ମୁକାବିଲାରେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇ ସେମିରେ ଦମଦାର ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ଓ ଦ୍ବିତୀୟ ଇନିଂସରେ ବୋଲରଙ୍କ ଶାନଦାର ବୋଲିଂ ଆଗରେ ମାତ୍‌ ଖାଇଲା ଶ୍ରୀଲଙ୍କା। ମାତ୍ର ୧୯.୪ ଓଭରରେ ଶ୍ରୀଲଙ୍କା ସମସ୍ତ ଓ୍ବିକେଟ ହରାଇ ମୋଟ ୫୫ ରନ୍‌ କରିଥିଲା। ଯାହାଫଳରେ ଭାରତ ୩୦୨ ରନରେ ବୃହତ ବିଜୟ ହାସଲ କରିଛି।

ଶ୍ରୀଲଙ୍କା ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହାଫଲରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ୍‌ ୯୨, ବିରାଟ କୋହଲିଙ୍କ ୮୮ ଓ ଶ୍ରେୟସଙ୍କ ୮୨ ରନର ଶାନଦାର ଇନିଂସ ଯୋଗୁଁ ନର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୩୫୭ ରନ୍‌ କରିଥିଲା। ଯାହାଫଳରେ ଶ୍ରୀଲଙ୍କା ଆଗରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।

ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଇନିଂସ ଆରମ୍ଭ କରିଥିଲା। ହେଲେ ଭାରତର ଦୁଇ ପେସ୍‌ ବୋଲର ଜଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ ଶ୍ରୀଲଙ୍କା ପ୍ରଥମ ୫ ଓଭରରେ ଧରାଶାୟୀ କରି ଦେଇଥିଲେ। ଏହାପରେ ମହମ୍ମଦ ସାମି ୫ ଓ୍ବିକେଟ ନେଇ ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଯାହାଫଳରେ ଶ୍ରୀଲଙ୍କା ଦଳ ମାତ୍ର ୧୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୫୫ ରନ୍‌ କରିଥିଲା। ଯାହାଫଳରେ ଭାରତ ୩୦୨ ରନରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୫, ମହମ୍ମଦ ସିରାଜ ୩ ଓ୍ବିକେଟ ନେଇଥିବା ବେଳେ ବୁମରା ଓ ଜାଡେଜାଙ୍କୁ ୧ଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା।

Leave A Reply

Your email address will not be published.