Odisha Link
Bridging the Missing Links in Odisha

ଆଉ ୨ ଦିନ ପରେ ଆଲୋକର ପର୍ବ; ଏଥର ଜଳିବ ଦୀପ, ଫୁଟିବନି ବାଣ!

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୧୨ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି କିଛି କଟକଣା ଜାରି ହୋଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଦୀପାବଳୀ ଦିନ ସକାଳେ ସ୍ନାନ କରିବା ତର୍ପଣ ଓ ସନ୍ଧ୍ୟାରେ ଅଗଣାରେ ଦୀପ ଜଳାଇବା ଓ ଦାନ କରିବାର ବଡ଼ ମହତ୍ବ ରହିଛି। କୁହାଯାଏ ବୃହସ୍ପତି ଜ୍ଞାନ ଓ ଶନି ଧନ-ସମ୍ପତ୍ତିର କାରକ ବୋଲି। ଦୀପାବଳୀରେ ଗୁରୁ-ଶନିର ସ୍ବରାଶି ରହିବା ଫଳରେ ବହୁ ଲୋକଙ୍କ ଭାଗ୍ୟ ଚମକିଥାଏ। ଏହି ଦୀପାବଳୀ ବହୁ ଶୁଭ ସଙ୍କେତ ନେଇ ଆସିବ। ଜ୍ୟୋତିଷଙ୍କ ମତରେ ୧୦ ନଭେମ୍ବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିଛି।

ଦୀପାବଳୀ, ଧନତେରସ ଓ ସର୍ବାର୍ଥ ସିଦ୍ଧି ଯୋଗ ଭିତରେ କିଣାବିକା କରିବା ଅତ୍ୟନ୍ତ ଶୁଭ ରହିବ। ବିଶେଷ ଭାବରେ କୌଣସି ବାହାନ କିଣାବିକା କିମ୍ବା ବେପାରର ଶୁଭାରମ୍ଭ ପାଇଁ ଏହି ସମୟ ଖୁବ୍ ଭଲ ରହିବ ବୋଲି ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ବିବେଚନା କରାଯାଇଛି।

Leave A Reply

Your email address will not be published.