Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟର ବଡ଼ ରାୟ: ନେତାଙ୍କ ନାଁରେ ଥିବା ମାମଲାର ହେବ ତ୍ୱରିତ ସମାଧାନ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ଦଳ ନିଜର ରାଜିନାଟିକ ଗୋଟି ଚାଳନା ରମ୍ଭ କରିଥିବାବେଳେ କିଛି ନେତାଙ୍କ ନାଁରେ ଥିବା ମାମଲା ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ମାମଲା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଏଭଳି ମାମଲା ସଂପର୍କରେ ଗାଇଡଲାଇନ ଆଣି ହେବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଟ୍ରାଏଲ କୋର୍ଟ ପାଇଁ ଏ ସଂପର୍କରେ ଗାଇଡଲାଇନ କରିବା କଷ୍ଟସାଧ୍ୟ। ମାମଲାକୁ ଅଧିକ ନଗଡ଼ାଇ ତ୍ବରିତ ବିଚାର ସାରିବାକୁ ହାଇକୋର୍ଟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.