Odisha Link
Bridging the Missing Links in Odisha

ବୋରୱେଲ୍‌ରେ ଖସି ପଡ଼ିଲେ ବୃଦ୍ଧା; ଉଦ୍ଧାର ପାଇଁ ୩୧ ଜଣିଆ ଏନଡିଆରଏଫ୍ ଟିମ୍‌ ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର କଇଁଫୁଲ ଗାଁରେ ଗଭୀର ବୋରୱେଲ୍‌ରେ ଜଣେ ବୃଦ୍ଧା ଖସି ପଡିଥିବା ଜଣା ପଡିଛି। ୨୦ ଫୁଟ୍‌ ଗଭୀର ବୋରୱେଲ୍‌ରେ ବୃଦ୍ଧା ଫସିରହି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରୱେଲ୍‌ ଟ୍ରାଜେଡି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି କରିଥିବାବେଳେ ବୋରୱେଲରୁ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଗଲା ଏନଡିଆରଏଫ ଟିମ୍‌ ପହଂଚିଛି। ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ନେତୃତ୍ବରେ ବାହାରିଲା ଟିମ୍‌।

ଛତିଶଗଡ଼ରେ ‘ଅପରେସନ ରାହୁଲ’ରେ ଲିଡ୍‌ କରିଥିଲେ ବର୍ଦ୍ଧମାନ। ଘଟଣାସ୍ଥଳକୁ ମୁଣ୍ଡଳିରୁ ବାହାରିଲା ୩୧ ଜଣିଆ ଏନଡିଆରଏଫ ଟିମ୍‌। ବୋରୱେଲରେ ବୃଦ୍ଧା ପଡ଼ିବା ଘଟଣାରେ ଅଗ୍ନିଶମ ଡିଜି କହିଛନ୍ତି ଯେ, ଗାତ ଭିତରକୁ ପାଇପ୍‌ ଯୋଗେ ଅକ୍ସିଜେନ ପଠାଯାଇଛି। ସମାନ୍ତରଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ଆଉ ଘଣ୍ଟାଏ ମଧ୍ୟରେ ବୃଦ୍ଧାଙ୍କ ନିକଟରେ ଟିମ୍‌ ପହଞ୍ଚିଯିବ। ତେବେ ବୃଦ୍ଧା ଜଣଙ୍କ କୌଣସି ରେସପଣ୍ଡ କରୁନଥିବା ଡିଜି କହିଛନ୍ତି।

ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୬ ତାରିଖରେ ବୋରୱେଲ୍‌ରେ ଜଣେ ଶିଶୁ ଫସିଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ। ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋରୱେଲରେ ପଡିଯାଇଥିଲା। ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା। ବହୁ ଚେଷ୍ଟା ଜାରି ପରେ ଉଦ୍ଧାର ହୋଇ ତନ୍ମୟ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.