Odisha Link
Bridging the Missing Links in Odisha

ଥମୁନି ଗାଜା-ଇସ୍ରାଏଲ ସଂଘର୍ଷ; ପଣବନ୍ଦୀଙ୍କୁ ଛାଡ଼ିବାକୁ କଠୋର ସର୍ତ୍ତ ରଖିଲା ହମାସ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି। ଆତଙ୍କୀ ଠିକଣା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଥିଲା।

ଅନ୍ୟପଟେ, ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସ ରାଜି ହୋଇଥିବା କୁହାଯାଉଥିବାବେଳେ ପଣବନ୍ଦୀଙ୍କୁ ଛାଡ଼ିବାକୁ କଠୋର ସର୍ତ୍ତ ରଖିଛି। ଗାଜାରେ ସମସ୍ତ ପ୍ରକାର ସହାୟତା ପହଞ୍ଚାଇବାକୁ ଦାବି କରିଛି। ବଦଳରେ ୭୦ ପଣବନ୍ଦୀଙ୍କୁ ହମାସ ଛାଡ଼ିବ। ଏନେଇ ହମାସ ନୂଆ ଭିଡିଓ ଜାରି କରିଛି।

ସୂଚନା ଅନୁସାରେ, ପୂର୍ବରୁ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ ଜାରି କରିଥିଲା। ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ଇସ୍ରାଏଲ୍ ସୂଚନା ମାଗିଥିଲା। ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପୁରସ୍କାର ଓ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଥିଲା। ଏହି ପ୍ରଚାରପତ୍ରରେ କୁହାଯାଇଛି ଯେ, ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କୁ ସୁରକ୍ଷା ଯୋଗାଇବାରେ ସର୍ବାଧିକ ପ୍ରୟାସ କରିବ। ଏମିତି କି ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପାଇବେ।

Leave A Reply

Your email address will not be published.