Odisha Link
Bridging the Missing Links in Odisha

ଦିଲ୍ଲୀ ମେଟ୍ରୋକୁ ଦିଆଗଲା ଭୁବନେଶ୍ୱର ମେଟ୍ରୋ ନିର୍ମାଣ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଫେଜ-୧ ଡିପିଆରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରାଯାଇଛି। ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ।

ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାରଙ୍କ ନୂଆ ଯୋଜନା ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ ନୂଆ ଯୋଜନା SCRIPS। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୬୯.୬୯କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ଅନୁଦାନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।

ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇଛି। ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ କରାଯିବ ଏବଂ ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂରୋଡକୁ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଆମ ହସପିଟାଲ୍ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି।

Leave A Reply

Your email address will not be published.