Odisha Link
Bridging the Missing Links in Odisha

ମର୍ମନ୍ତୁଦ ଦୁର୍ଘଟଣା: ଘାଟିରୁ ଖସିଲା କାର, ଚାଲିଗଲା ୩ ଜୀବନ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ରାଜଗାଓଁରୁ ବିଶାଖାପାଟଣା ବୁଲିବାକୁ ଯାଉଥିଲେ ଗୋଟିଏ ପରିବାରର ୪ ଜଣ। ହେଲେ ଅଧବାଟରୁ ଯମ ଜୀବନ ନେଇଥିଲା। କୋରାପୁଟ ପଟ୍ଟାଙ୍ଗୀର ଯୋଡ଼ିମାଦେଲି ଘାଟିରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଘାଟିରୁ କାର୍‌ ଖସି ଚାଲିଗଲା ୩ ଜୀବନ ଚାଲିଯାଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ପଟ୍ଟାଙ୍ଗୀ ଥାନା ଯୋଡିମାଡ଼ିଲି ନିକଟ ଘାଟିରେ ପାଆନ୍ତା ୫ଟାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଜୀବନ ଚାଲି ଯାଇଥିଲା, ଆଉ ଜଣେ ଗୁରୁତର ଥିବା ସୂଚନା ମିଳିଛି। ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Leave A Reply

Your email address will not be published.