Odisha Link
Bridging the Missing Links in Odisha

ଜୟନାରାୟଣଙ୍କ ଜାମିନ ଆବେଦନ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ

ଓଏଲ୍‌ ବ୍ୟୁରୋ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଛି। ୨ଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୟନାରାୟଣ। କ୍ଷେତରାଜପୁର ଥାନା ଓ ଧନୁପାଲି ଥାନା ମାମଲାରେ ଆବେଦନ କରିଥିଲେ। ୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳୀନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।

ସମ୍ବଲପୁର ଦୁର୍ଗାପାଲ୍ଲୀଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ। ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଜୟନାରାୟଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

Leave A Reply

Your email address will not be published.