Odisha Link
Bridging the Missing Links in Odisha

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦ ପୂରଣ ପ୍ରସଙ୍ଗ: କ୍ଷମା ମାଗିଲେ ସ୍ୱାସ୍ଥ୍ୟ ସଚିବ

ଓଏଲ୍‌ ବ୍ୟୁରୋ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦ ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷମା ମାଗିଲେ ସ୍ୱତନ୍ତ୍ର ସଚିବ। ନିୟମିତ ନିର୍ଦ୍ଦେଶକ ପଦବୀ ଯଥାଶୀଘ୍ର ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ। ତେବେ ଏହି ଘଟଣାରେ ଅଦାଲତ ଅବମାନନା ମାମଲା ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି।

ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମୟ ଅନୁସାରେ ନିର୍ଦ୍ଦେଶକ ପଦ ପୂରଣ ହୋଇନଥିବାରୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ବର୍ତ୍ତମାନ ଏହି ମାମଲା ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି।