Odisha Link
Bridging the Missing Links in Odisha

ଛତିଶଗଡ଼ ନିର୍ବାଚନ: ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ସାରିଛି। ଆସନ୍ତାକାଲି ଛତିଶଗଡ଼ରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ତେବେ କଡ଼ା ସୁରକ୍ଷା ବଳୟ ଭିତରେ ପୋଲିଂ ପାର୍ଟି ଭୋଟିଂ ସାମଗ୍ରୀ ଧରି ନିଜ ନିଜ ବୁଥ୍ ଅଭିମୁଖେ ଯାଉଛନ୍ତି। ତେବେ ଏଥର ଛତିଶଗଡ଼ରେ କିଏ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.