ବିଶ୍ୱକପ୍ ମହାସମର: ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ
ଓଏଲ୍ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ବିଶ୍ବର ବଡ଼ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ବଡ଼ ମୁକାବିଲା। ୨୦ ବର୍ଷ ପରେ ପୁଣିଥରେ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ବିଶ୍ବକପ୍ ଫାଇନାଲ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଛି।
୨୦୦୩ ଦିନିକିଆ ବିଶ୍ବକପ୍ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ। ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ। ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ। ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ଓ୍ବିକେଟ୍ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ। ସଂରକ୍ଷିତ ଖେଳାଳି: ଆର୍ ଅଶ୍ବିନ, ଈଶାନ କିଶନ, ପ୍ରସିଦ୍ଧ କୃଷ୍ଣ, ଶାର୍ଦୁଳ ଠାକୁର।
ଅଷ୍ଟ୍ରେଲିଆ ଦଳ: ଟ୍ରାଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ଜୋସ୍ ଇଙ୍ଗଲିସ୍ (ୱିକେଟରକ୍ଷକ), ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ୍ ହାଜେଲଉଡ୍। ସଂରକ୍ଷିତ ଖେଳାଳି: ମାର୍କସ ଷ୍ଟୋଇନିସ, ସିନ୍ ଆବୋଟ୍, ଆଲେକ୍ସ କ୍ୟାରି, କାମେରନ୍ ଗ୍ରିନ୍।