Odisha Link
Bridging the Missing Links in Odisha

ଠକେଇ ରୋକିବାକୁ ପ୍ରୟାସ; ପେଟ୍ରୋଲ ପମ୍ପରୁ ଆଦାୟ ହୋଇଛି ୧୦ ଲକ୍ଷ ଫାଇନ୍‌

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବେଶ୍ ଗୃହ ସରଗରମ ରହିଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ହୋହଲ୍ଲା କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିବା ପୁଣିଥରେ ୪୫ ମିନିଟ୍‌ ପାଇଁ ଗୃହକୁ ମୁଲତବି ରଖାଯାଇଥିଲା। ଅଚଳାବସ୍ଥା ଦୂର ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ସର୍ବଦଳୀୟ ବୈଠକରେ ବାହାରିଲାଣି ନିଷ୍କର୍ସ। ଯାହା ଦ୍ୱାରା ପୁଣି ଗୃହ ଅଚଳ ହୋଇପଡିଛି।

ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ ହୋଇଥିବାବେଳେ ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହୋଇଛି। ପରିସ୍ଥିତି ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ କଲେ ବାଚସ୍ପତି। ଏହା ପରେ ବି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତେବେ ପୁଣି ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବି ରଖାଯାଇଛି।

ଅନ୍ୟପଟେ, ଗୃହରେ ପ୍ରଶ୍ନକାଳ ଆରମ୍ଭ ବେଳେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ଦେଇ କହିଛନ୍ତି। ପେଟ୍ରୋଲ ପମ୍ପରେ ଠକେଇ ରୋକିବାକୁ ଚଢ଼ାଉ ଜାରି ରହିଛି। ବିଭିନ୍ନ ପେଟ୍ରୋଲ ପମ୍ପରୁ ୩ ଲକ୍ଷ ୧୭ ହଜାର ଜରିମାନା ଆଦାୟ ହୋଇଛି।  ୨୪ଟି ମାମଲା ରୁଜୁ ସହ ୩ ଲକ୍ଷ ୧୭ ହଜାର ଜରିମାନା ଆଦାୟ କରାଯାଇଛି। ୩ ବର୍ଷରେ ୮୩ଟି ମାମଲା ରୁଜୁ ହୋଇଥିବାବେଳେ ୧୦ ଲକ୍ଷ ୬୬ ହଜାର ଫାଇନ୍ ଆଦାୟ ହୋଇଛି।

ସେହିପରି ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉତ୍ତର ରଖିଥିଲେ। ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ଦେଇ କହିଛନ୍ତି, ରାଜ୍ୟରେ ୭୯୯୮ ପଞ୍ଚାୟତରେ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ରହିଥିବା ସୂଚନା ଦେଇଛନ୍ତି। ଏହା ସହ ରାଜ୍ୟରେ ୪୨୬ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ବୋଲି ସ୍ପଷ୍ଟ ହୋଇଛି।

କାଲିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।

ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ତେବେ ଏହା ପରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହ ମୁଲତବି ରଖାଯାଇଥିଲା। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.