Odisha Link
Bridging the Missing Links in Odisha

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର; ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗଡିବନି ବାଲେଶ୍ୱର-ଭଦ୍ରକ ମେମୁ

ଓଏଲ୍‌ ବ୍ୟୁରୋ: ରେଳରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର। ୦୮୦୩୨/୦୮୦୩୧ ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୋ ୨୩ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏନେଇ ପୂର୍ବ ତଟ ରେଳପଥ ପକ୍ଷରୁ ସୂଚନା ଜାରି ହୋଇଛି।

ଅନ୍ୟପଟେ, ଆଇଆରସିଟିସି ୱେବସାଇଟ୍‌ରେ ସମସ୍ୟା ଉପୁଜିଥିବା ଜଣା ପଡିଛି। ସାମୟିକ ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି। ତେବେ ଏନେଇ ଯାତ୍ରୀଙ୍କ ଅଭିଯୋଗ ପରେ ସଜାଡୁଛନ୍ତି ବୈଷୟିକ ଟିମ୍‌। ଏହା ସହ ଶୀଘ୍ର ବୁକିଂ ଉପଲବ୍ଧ ହେବ ବୋଲି ଆଇଆର୍‌ସିଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.